Image Courtesy of HT
ତିରୁବନନ୍ତପୁରମ: ସ୍କୁଲ୍ରେ ଭୋଜନ ଖାଇବା ପରେ ପ୍ରାୟ ୧୨୦ ଜଣ ପିଲା ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାଟି ଘଟିଛି ଥୋନ୍ନାକେଲ୍ ଜିଲ୍ଲାର ଏକ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ। ଅସୁସ୍ଥ ପିଲାମାନଙ୍କର ଅବସ୍ଥା ସାଙ୍ଘାତିକ ନ ଥିଲେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ହିଁ ଛଡ଼ା ଯିବ ବୋଲି ଶୁକ୍ରବାର ଦିନ ଡାକ୍ତରଖାନା ତରଫରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି।
ପ୍ରତି ବୁଧବାର ସ୍କୁଲ୍ରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ପରି ସେଦିନର ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାଏ ଅସୁସ୍ଥତା ପ୍ରକାଶ କରିବାରୁ ଅଭିଭାବକମାନେ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ। ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ପିଲାମାନେ ଖାଇଥିବା ଖାଦ୍ୟର ନମୁନା ପରୀକ୍ଷା ପାଇଁ ପଠା ଯାଇଛି।
Follow Us